ଅର୍ଥବ୍ୟବସ୍ଥା
ବୌଦ୍ଧର ଅର୍ଥନୀତି ମୁଖ୍ୟତ କୃଷି ଉପରେ ନିର୍ଭରଶୀଳ |ମାଛ ଓ ପଶୁପାଳନବି ବୌଦ୍ଧର ଅର୍ଥନୀତିର ମୁଖ୍ୟ ଭୂମିକା ଗ୍ରହଣ କରିଅଛି |କ୍ଷୁଦ୍ରଶିଳ୍ପ ମଧ୍ୟ ବୌଦ୍ଧ ଅର୍ଥନୀତିକୁ ଦ୍ରୁତଗତିରେ ଅଗ୍ରଗତି କରୁଛି |ବୟନ ଓ ଲଘୁ ଖଣିଜ ଶିଲ୍ପ ବୌଦ୍ଧର ଅର୍ଥନୀତିର ମୁଖ୍ୟ ଅଂଶ |ଧାନ ମୁଖ୍ୟ ଫସଲ ହିସାବରେ ୭୫% ଭାଗରେ ଚାଷ କରାଯାଏ |ସାଲକି ଜଳସେଚନ ପ୍ରକଳ୍ପ ,କେତେକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ,ଉଠା ଜଳସେଚନ ପ୍ରକଳ୍ପ ଜଳଯୋଗାଣରେ କାମ କରୁଛି |
ବୌଦ୍ଧର ମାଛ ପ୍ରଯଜନ ଫାର୍ମ( ୮.୫ ଏକର ,୪,୮ ଏକର ପ୍ରଯଜନ ଟ୍ଯାଙ୍କ,୩.୭ ଏକର ନର୍ସରୀ )ଓଡିଶାର ଏକ ମୁଖ୍ୟ ଫାର୍ମ ଭାବରେ ଖ୍ୟାତି ଲାଭକରିଛି |ଫିଶେରୀ ଫାର୍ମର ଡେଭେଲପମେନ୍ଟ ଏଜେନ୍ସି ବୌଦ୍ଧ ରେ ପ୍ରତିଷ୍ଠା କରାଯାଇଅଛି |ମାଛଚାଷ ଗରିବୀ ଦୂର କରିବାରେ ଓ ଲୋକଙ୍କୁ ନିଯୋଜନ କରିବାରେ ସାହାର୍ଯ୍ୟ କରୁଛି |ଏହି ବିଭାଗ ଲୋକଙ୍କୁ ମାଛ ଚାଷ ,ବ୍ଯାଙ୍କ ରୁଣ ଉପରେ ତାଲିମ ଓ ସାହାର୍ଯ୍ୟ କରୁଛି |
ପଶୁପାଳନ ବୌଦ୍ଧର ଅର୍ଥନୀତି ଏକା ନିହାତି ଦରକାରୀ ଅଂଶ |ଏହା ଲୋକଙ୍କୁ କ୍ଷୀର,ମାଂସ,ଅଣ୍ଡା ଯୋଗାଣରେ କାମ କରୁଛି |୭୫ % ଗ୍ରାମାଞ୍ଚଳ ପଶୁପାଳନ କରନ୍ତି | ପ୍ରଜନନ କ୍ଷମତା କୁ ବଢାଇବା ପଶୁପାଳନ ର ଏକ ମୁଖ୍ୟ ଅଙ୍ଗ ଅଟେ | ପଶୁପାଳନ ଓ ଆଧୁନିକ ପ୍ରଣାଳୀ ରେ ପ୍ରଜନନ କରିବା କୁ ପ୍ରୋସାହନ ଯାହାକି ଅନେକ କ୍ଷୁଦ୍ର ଓ ଜମିହିନ ଲୋକଙ୍କୁ ରୋଜଗାର ଯୋଗାଇ ଥାଏ | ଏହି ଯୋଜନାରେ ସ୍ୱାସ୍ଥ୍ୟ , ଚାରା , ପ୍ରଜନନ ପକ୍ରିୟା ଓ ବ୍ୟବସାୟ କୁ ପ୍ରୋସାହନ ଦିଆଯାଏ |
ଶିଳ୍ପ ବୌଦ୍ଧ ଜିଲ୍ଲାର ଅର୍ଥନୀତି କୁ ସୁଦୁର୍ଡ କରେ | ଏଠାରେ ଅନେକ କ୍ଷୁର୍ଦ୍ଧଶିଳ୍ପ ମଧ୍ୟରେ ଖାଦ୍ୟ , ବୟନ, ଜଙ୍ଗଲ , ରାସାୟନିକ ଓ ଯାନ୍ତ୍ରୀକ ଶିଳ୍ପ ମୁଖ୍ୟ ଅଟେ |