ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ବୌଦ୍ଧ ଜିଲ୍ଲା, ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମଧ୍ୟରେ ଥିବା ପୂର୍ବ ଭାରତରଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର ବଉଦ ନାମରେ ପରିଚିତ ଅଟେ | ବୌଦ୍ଧର ଉତ୍ତରରେ ମହାନଦୀ ଓ ଅନୁଗୋଳ ଜିଲ୍ଲା ,ଦକ୍ଷିଣରେ କନ୍ଧମାଳ ଜିଲ୍ଲା ,ପୂର୍ବରେ ନୟାଗଡ଼ ଜିଲ୍ଲା ଓ ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଅଛି୤ |ବୌଦ୍ଧ ଜିଲ୍ଲାର ଭୌଗଳିକ ପରିସୀମା ୩୦୯୮ ବର୍ଗ କିମି ଅଟେ | ବୌଦ୍ଧ ଜିଲ୍ଲା ୨୦ ଡିଗ୍ରୀ ୨୨” ଥରୋ ୨୦ ଡିଗ୍ରୀ ୫୦” ଉତ୍ତର ଅକ୍ଷାଂଶ ମଧ୍ୟରେ ଏବଂ ୮୩ ଡ଼ିଗ୍ରୀ ୩୪” ରୁ ୮୪ ଡିଗ୍ରୀ ୪୯” ପୂର୍ବ ଦ୍ରାଘିମା ରେ ଅବସ୍ଥିତି |
୨୦୧୧ ଜନଗଣନା ଅନୁସାରେ ବୌଦ୍ଧ ଜିଲ୍ଲାର ମୋଟ ଲୋକ ସଂଖ୍ୟା ୨୨୧୬୨୫ ଜଣ ପୁରୁଷ ଓ ୨୧୯୫୩୭ ମହିଳାଙ୍କୁ ମିଶାଇ ମୋଟ୪୪୧୧୬୨ | ଅନୁସୂଚିତ ଜାତି ଙ୍କ ଲୋକ ସଂଖ୍ୟା ୧୦୪୯୩୪ ଓ ଅନୁସୂଚିତ ଜନଜାତି ଙ୍କ ଲୋକ ସଂଖ୍ୟା ୫୫୩୬୪ |ବର୍ତ୍ତମାନର ବୌଦ୍ଧ ଜିଲ୍ଲା ଗୋଟିଏ ସବଡ଼ିଭିଜନ (ବୌଦ୍ଧ), ତିନିଟି ତହସିଲ ଯଥା ବୌଦ୍ଧ ,ହରଭଙ୍ଗା ,କଣ୍ଟାମାଳ ଏବଂ ତିନିଟି ବ୍ଲକ ଯଥା ବୌଦ୍ଧ ,ହରଭଙ୍ଗା ,କଣ୍ଟାମାଳ କୁ ନେଇ ଗଠିତ |

ବୌଦ୍ଧ ଜିଲ୍ଲାର ଜଳବାୟୁ ମହାଦେଶୀୟ ହୋଇଥିବାରୁ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ଓ ଶୁଷ୍କ ଓ ଶୀତଦିନେ ଥଣ୍ଡା ଓ ଶୁଷ୍କ ରହେ |ବର୍ଷା ଋତୁରେ ଗରମ ଓ ଅଦ୍ରତା ଅଧିକ ରହେ |ଗ୍ରୀଷ୍ମ ଋତୁରେ ସର୍ବାଧିକ ତାପମାତ୍ରା ହାରାହାରି ୪୬ ଡିଗ୍ରୀ ଓ ଶୀତ ଋତୁରେ ସର୍ବନିମ୍ନ ହାରାହାରି ତାପମାତ୍ରା ୮ ରହେ |

ଶିଳ୍ପ ବୌଦ୍ଧରେ ଅର୍ଥନୀତି ରେ ଡେରିରେ ପ୍ରବେଶ କଳା |କେତେକ ଛୋଟ ଶିଳ୍ପ ବୌଦ୍ଧର ଅର୍ଥନୀତିକୁ ସୁଦୃଢ କରିବାରେ ସାହାର୍ଯ୍ୟ କରିଛି | ଖାଦ୍ଯ, ଧାତବ,ବୟାନ, ଜଙ୍ଗଲ ଜାତ ଦ୍ରବ୍ଯକୁ ନେଇ କେତେକ ଶିଳ୍ପ ବୌଦ୍ଧରେ ଚାଲୁଅଛି |କେତେକ ଲଘୁଖଣି ବି ବୌଦ୍ଧର ଅର୍ଥନୀତିକୁ ସୁଦୃଢ କରିଛି |ବୌଦ୍ଧରେ ୬୦୦୦ ରୁ ଅଧିକ ବୁଣାକାର ସୂତା ଓ ଲୁଗା ବୁଣା ନିୟୋଜିତ
ଅଛନ୍ତି |
ବୌଦ୍ଧ ରେ ଚାଷ ଜମିର ପରିମାଣ ହାରାହାରି ୮୫୦୦୦ ହେକ୍ଟର ଅଟେ |ଧାନଚାଷ ହାରାହାରି ୬୪୦୦୦ ହେକ୍ଟରରେ କରାଯାଇଥାଏ | ବୌଦ୍ଧ ରେ ମୂଖ୍ୟତ ଧାନ, ଗହମ, ମକା, ମାଣ୍ଡିଆ, ମୁଗ,ବିରି,କୋଲୋଥ,ବାଦାମ,ସୋରିଷ ଚାଷ ହୁଏ |

ବୌଦ୍ଧ ପାଳନ କରୁଯାଉଥିଲା ପର୍ବ ଗୁଡିକ ହେଲା ଚୁଡାଖାଇ ଯାତ୍ରା ,ରଥ ଯାତ୍ରା,ଲକ୍ଷ୍ମୀ ପୂଜା,ନୂଆଖାଇ,ଶିବରାତ୍ରି,ଦଶହରା,ଦୋଳଯାତ୍ରା,ପୁଅ ଜୁନତିଆ,ଭାଇ ଜୁନତିଆ,ରାମଲୀଲା, ଏକ୍ସମାସ,ଇଦ-ଉଲ-ଫିତର |