ଶିକ୍ଷା
ଜିଲ୍ଲା ଶିକ୍ଷା କାର୍ଯ୍ୟାଲୟ ବୌଦ୍ଧ
ଜିଲ୍ଲା ଶିକ୍ଷା ଅଧିକାରୀ ବୌଦ୍ଧ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାରେ ବିଦ୍ୟାଳୟ ଗୁଡିକର ,ପରିଚାଳନା ତଦାରଖ କରନ୍ତି |ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକର ,ପରିଚାଳନା ତଦାରଖ କରନ୍ତି |
- ଜିଲ୍ଲାର ମାଧ୍ୟମିକ ସ୍ତରୀୟ ଶିକ୍ଷଣ ଓ ପ୍ରଶାସନିକ ବିକାଶ ପାଇଁ ଯତ୍ନଶୀଳ ହେବା ।
- ଗଣିତ,ବିଜ୍ଞାନ, ଇଂରେଜୀ, ମାତୃଭାଷା,ସାମାଜିକ ବିଜ୍ଞାନ ଏବଂ ଶାସ୍ତ୍ରୀୟ ଭାଷା ଭଳି ବିଷୟ ଗୁଡିକର ଭିତିଭୂମିର ବିକାଶ ସାଧନ କରିବା ।
- ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଭବିଷ୍ୟତ ଗଠନ କରିବା ଦିଗରେ ବିଭିନ୍ନ ବିଷୟରେ ରହସ୍ୟ ଉନ୍ମୋଚନ, ପଥ ପ୍ରଦର୍ଶନ ଏବଂ ପରାମର୍ଶ ପ୍ରଦାନ କରିବା ।
- ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଗଠନ ଦିଗରେ ମାଧ୍ୟମିକ ଶିକ୍ଷାସ୍ତରରେ ମୌଳିକ ଦକ୍ଷତା ପ୍ରଦାନ କରିବା ।
- ବିଦ୍ୟାଳୟ ମାନଙ୍କରେ ଶିକ୍ଷଣ, ସହ –ଶିକ୍ଷଣ ଏବଂ ଅନ୍ୟାନ୍ୟ ଶିକ୍ଷଣ ଦିଗରେ ଉନ୍ନତିକୁ ତଦାରଖ କରିବା ।
କାର୍ଯ୍ୟକଳାପ:
- ଏଗାର ବର୍ଷରୁ ୧୬ ବର୍ଷ ବୟସ ଅନ୍ତର୍ଗତ ଶିକ୍ଷାର୍ଥୀ ବର୍ଗଙ୍କ ମଧ୍ୟରେ ଲିଙ୍ଗଗତ ସାମ୍ୟତା ଏବଂ ନ୍ୟାୟ ପ୍ରଦାନ ପୂର୍ବକ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିଶ୍ଚିତ କରାଇବା ।
- ସ୍ୱାସ୍ଥ୍ୟ ଓ ପରିମଳ ,ଖେଳ ଓ କ୍ରିଡ଼ା ପ୍ରତିଯୋଗିତା ର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ।
- ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ; ରଚନା ,ତର୍କ ଓ କୁଇଜ ଦ୍ଵାରା ମାନସିକ ଦକ୍ଷତାର ବିକାଶ ଘଟାଇବା ।
- ଯୋଗ, ପ୍ରାଣାୟମ ଓ ସହ ଶୈକ୍ଷିକ କାର୍ଯ୍ୟକ୍ରମ ଦ୍ଵାରା ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ନୈତିକ ଶିକ୍ଷାର ଉନ୍ନତି ସାଧନ କରିବା ।
- ମାଧ୍ୟମିକ ସ୍ତରରେ ଶିକ୍ଷାର୍ଥୀଙ୍କ ବୈଜ୍ଞାନିକ ମନୋବୃତ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଜ୍ଞାନ ମେଳା,ପ୍ରଦର୍ଶନୀ,ବିଜ୍ଞାନ ନାଟକର ଆୟୋଜନ କରିବା
- ସ୍କାଉଟ୍ ଗାଇଡ଼୍ ,ଜୁନିୟର ରେଡ଼୍ କ୍ରସ, ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ଇତ୍ୟାଦି ଦ୍ଵାରା ଭବିଷ୍ୟତ ନାଗରିକ ମାନଙ୍କ ମନରେ ଦେଶ ସେବା ମନୋବୃତ୍ତି ସୃଷ୍ଟି କରିବା ।
- ମାଟ୍ରିକ ପରୀକ୍ଷାରେ ଉତ୍ତମ ଶିକ୍ଷାର୍ଥୀଙ୍କ ଉପଲବ୍ଧତା ବୃଦ୍ଧି ପାଇଁ ଫୋକସ କାର୍ଯ୍ୟକ୍ରମ କରିବା ।
- କୈଶୋର ଶିକ୍ଷା ,ଟ୍ରାଫିକ ନିୟମ ସ୍ୱାସ୍ଥ୍ୟ ଏବଂ ପ୍ରାଥମିକ ଚିକିତ୍ସା ଉପରେ ଅଭିମୁଖୀକରଣ କାର୍ଯ୍ୟକ୍ରମ ।
- ସବୁଜ ବାହିନୀ ସମ୍ମିଳନୀ (ଇକୋ କ୍ଲବ) ଜରିଆରେ ପରିବେଶ ସମ୍ବନ୍ଧୀୟ ସଚେତନା ସୃଷ୍ଟି କରିବା ।
- ଆମର ପରମ୍ପରା,ଐତିହ୍ୟ, ପ୍ରଥା ଓ ସଂସ୍କୃତି ଜ୍ଞାନ ଶିକ୍ଷାର୍ଥୀ ମାନଙ୍କ ମନରେ ଅନ୍ତର୍ନିବେଶ କରାଇବା ।
ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ କାର୍ଯ୍ୟକଳାପ:
- ୧୭ ଟି ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ବିଶିଷ୍ଟ ପଞ୍ଚାୟତ ସମିତିରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ।
- ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ମଧ୍ୟ ଇଂରେଜୀ ବିଦ୍ୟାଳୟକୁ ଊଚ୍ଚ ବିଦ୍ୟାଳୟକୁ ଉନ୍ନତି କରଣ ।
- ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି (ସାମର୍ଥ୍ୟ) ।
- ବିଦ୍ୟାଳୟ ପରିଚାଳନ ଏବଂ ଉନ୍ନତିକରଣ କମିଟି ।
- ବିଭିନ୍ନ ପ୍ରୋତ୍ସାହନ ତଥା ବୃତ୍ତି ମାଧ୍ୟମରେ ବାଳିକା ଶିକ୍ଷାକୁ ପ୍ରେରଣା ପ୍ରଧାନ ।
ଆଧାରିତ ସୂଚନ।:
- ପ୍ରାଥମିକ ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ୭୬୭
- ଉଚ୍ଚ ବିଦ୍ୟାଳୟ : ୪୧
- ମହା ବିଦ୍ୟାଳୟ : ୨୨
ବୃତ୍ତି ଯୋଜନ।:
- ଜାତୀୟ ମାଧ୍ୟମ ମେଧାବୃତ୍ତି (ଏନ୍. ଏମ୍. ଏମ୍. ଏସ୍)
- ପଠାଣି ସାମନ୍ତ ଗଣିତ ମେଧାବୃତ୍ତି
ସର୍ବଶିକ୍ଷା ଅଭିଯାନ – ଶିକ୍ଷା ଅଧିକାର, ବୌଦ୍ଧ
ଉଦ୍ଦେଶ୍ୟ :-
- ୬ ରୁ ୧୪ ବର୍ଷର ସମସ୍ତ ଶିଶୁଙ୍କୁ ୮ ବର୍ଷର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ।
- ସର୍ବଶିକ୍ଷା ଅଭିଯାନ, ଭାରତ ସରକାରଙ୍କ ଏକ ସର୍ବଶ୍ରେଷ୍ଠ ଉତ୍ପାଦ ଯାହା ଏଲିମେଣ୍ଟାରୀ ଶିକ୍ଷାର ସର୍ବଜନୀନିକରଣ ସ୍ୱରୂପ ସମ୍ବିଧାନର ୮୬ ତମ ସଂଶୋଧନ ଦ୍ଵାରା ଏକ ନିର୍ଦ୍ଧିଷ୍ଠ ସମୟସୀମା ମଧ୍ୟରେ ୬ ରୁ ୧୪ ବର୍ଷ ବୟସର ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଉଚ୍ଚ ପ୍ରାଥମିକ ଶିକ୍ଷା ପ୍ରଦାନ କରିବାରେ ଆଇନଗତ ଭାରପ୍ରାପ୍ତ ଏକ ମୌଳିକ ଅଧିକାର ଅଟେ ।
ଗଞ୍ଜାମ ଜିଲ୍ଲାରେ ନିମ୍ନଲିଖିତ ଲକ୍ଷ୍ୟକୁ ନେଇ ସର୍ବଶିକ୍ଷା ଅଭିଯାନ ପରିଚାଳିତ ହେଉଛି ।
- ୨୦୦୩ ସୁଦ୍ଧା ସମସ୍ତ ୬ ରୁ ୧୪ ବର୍ଷର ବୟସର ଶିଶୁଙ୍କୁ ସ୍କୁଲ ଭିତରକୁ ଆଣିବା ।
- ୨୦୦୭ ସୁଦ୍ଧା ସମସ୍ତ ଶିଶୁଙ୍କୁ ୫ ବର୍ଷର ଶିକ୍ଷା ସମାପ୍ତ କରାଇବା ।
- ୨୦୧୨ ସୁଦ୍ଧା ସମସ୍ତ ଶିଶୁଙ୍କୁ ୮ ବର୍ଷର ଶିକ୍ଷା ସମାପ୍ତ କରାଇବା ।
- ୨୦୧୨ ସୁଦ୍ଧା ସାର୍ବଜନୀନ ଅବଧାରଣ ।
- ୨୦୦୭ ସୁଦ୍ଧା ପ୍ରାଥମିକ କ୍ଷେତ୍ରରେ ସମସ୍ତ ଲିଙ୍ଗଗତ ଓ ଜାତିଗତ ବ୍ୟବଧାନକୁ ଦୂର କରିବା ଏବଂ ୨୦୧୦ ସୁଦ୍ଧା ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ଏହି ସବୁ ବ୍ୟବଧାନକୁ ଦୂର କରିବା ।
- ସନ୍ତୋଷ ଜନକ ଗୁଣାତ୍ମକ ସହିତ ଏଲିମେଣ୍ଟାରୀ ଶିକ୍ଷା ସମାପ୍ତ ଉପରେ ଗୁରୁତ୍ଵ ଆରୋପ କରିବା ଯେପରି ଏହା ସେମାନଙ୍କ ଜୀବନରେ ଫଳପ୍ରଦ ।