ପଦ୍ମତୋଳା ଓ ସାତକୋଶିଆ ଅଭୟାରଣ୍ୟ
ବୌଦ୍ଧ ଜିଲ୍ଲାର ପ୍ରକୃତି ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଲା ସାତକୋଶିଆ ଅଭୟାରଣ୍ୟ | ଏହାର ବିସ୍ତ୍ରୁତ ଭାଗ ବୌଦ୍ଧ ଜିଲ୍ଲାରେ ଥିଲାବେଳେ ଅନ୍ୟ କିଛି ଅଞ୍ଚଳ ଅନୁଗୁଳ ଓ ନୟାଗଡ ଜିଲ୍ଲାରେ ସୀମାରେ ରହିଛି | ସାତକୋଶିଆ ଗଣ୍ଡ ୧୪ ମାଇଲ ବା ୨୨ କିମି ପ୍ରକୃତି ପ୍ରେମୀଙ୍କୁ ଆକର୍ଷଣ କରିଥାଏ | କେତେକ ଏହି ଗଣ୍ଡକୁ ପ୍ରାକୃତିକ ମତ ଦେଉଥିଲାବେଳେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ଆରଇ କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକ ଧର୍ମାଶୋକ ରେ ପରିବର୍ତିତ ହୋଇ ମହାନଦୀ ପଥ ଦେଇ ମଗଧ ପ୍ରତ୍ୟାବର୍ତନ କରିଥିଲେ |ଏହି ସ୍ଥାନରେ ମଣି ମାଣିକ୍ୟ ହୀରା, ଆଦି ରତ୍ନ ପଥର ପ୍ରାପ୍ତ ହୋଇଥିଲେ | ୭୯୪.୫୨ ବର୍ଗ କିମି ପରିବ୍ୟାପ୍ତ ସାତକୋଶିଆ ଅଭୟାରଣ୍ୟ ୧୯୭୬ ମସିହାରେ ଗଠିତ ହୋଇଥିଲା | ୧୯୬୨ ମସିହାରେ ଏହା ପଦ୍ମତୋଳା ଅଭୟାରଣ୍ୟ ଓ ମାନନଦୀ ଅଭୟାରଣ୍ୟନାମରେ ନାମିତ ହୋଇଥିଲା | ଏହି ଅଭୟାରଣ୍ୟରେ ହାତୀ ବାଘ ଗୟଳ ସମ୍ବର ଠେକୁଆ ,ମାଙ୍କଡ, ଜଙ୍ଗଳୀ କୁକୁଡା ଆଦିଙ୍କର ଆଶ୍ରୟସ୍ଥଳୀ | ଏହା ପଦ୍ମତୋଳା ଅଭୟାରଣ୍ୟ ଶାଳ,ପିଆଶାଳ, କୁରୁମ, ଶିଶୁ,ଜାମୁ, ଅର୍ଜୁନ, କୋଚିଳା, ମହୁଲ,ଚାର ଶିରିଶ ଅଁଳା , ବହାଡା ଗମ୍ଭ|ରି କେନ୍ଦୁ ଆମ୍ବ ଆଦି ବିଶାଳ ବୃକ୍ଷର ସମାହାର ରେ ପଲ୍ଲବିତ |
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି. |
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି |
ସଡ଼କ ପଥରେ
ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି. | ପଦ୍ମତୋଳା ଅଭୟାରଣ୍ୟ ବୌଦ୍ଧ ଠାରୁ ଚାରିଛକ (୩୫କିମି) ଦେଇ ୮୦ ଦୂରରେ ଅବସ୍ଥିତ |